ନୂଆଦିଲ୍ଲୀ: ଜବାହରଲାଲ୍ ନେହେରୁ ବିଶ୍ୱବିଦ୍ୟାଳୟର ପ୍ରତିନିଧିମାନଙ୍କୁ ଡକାଇ ଆଲୋଚନା କରିବାକୁ ସୋମବାର ଦିନ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଦିଲ୍ଲୀର ଲେଫ୍ଟ୍ନାଣ୍ଟ୍ ଭଗର୍ଣ୍ଣର୍ ଅନୀଲ ବୈଜଲଙ୍କୁ ଅନୁରୋଧ କରିଛନ୍ତି।
ରବିବାର ସନ୍ଧ୍ୟାରେ ‘ଜେଏନ୍ୟୁ’ ପରିସରରେ ହିଂସାକାଣ୍ଡ ଘଟିବା ପରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଦିଲ୍ଲୀ ପୁଲିସ କମିସନର ଅମୂଲ୍ୟ ପଟ୍ଟନାୟକଙ୍କ ସହ ମଧ୍ୟ କଥାବାର୍ତ୍ତା କରି ବିହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ନିମନ୍ତେ ନିର୍ଦେଶ ଦେଇଥିଲେ।
ଟୁଇଟ୍ କରି ଗୃହମନ୍ତ୍ରାଳୟ କହିଥିଲା ଯେ ଯୁଗ୍ମ ପୁଲିସ କମିସନର୍ସ୍ତରୀୟ ଜଣେ ଅଧିକାରୀଙ୍କ ଦ୍ୱାରା ଜେଏନ୍ୟୁ ହିଂସା ଘଟଣାର ତଦନ୍ତ କରାଇବାକୁ ଅମିତ ଶାହା ଆଦେଶ ଦେଇଛନ୍ତି। ଯଥା ଶୀଘ୍ର ସମ୍ଭବ ଏ ସଂକ୍ରାନ୍ତରେ ରିପୋର୍ଟ ଦାଖଲ କରିବାକୁ ମଧ୍ୟ ସେ ନିର୍ଦେଶ ଦେଇଛନ୍ତି।
ଦିଲ୍ଲୀ ଦକ୍ଷିଣପୂର୍ବ ଅଞ୍ଚଳର ଡେପୁଟି ପୁଲିସ କମିସନର ଦେବେନ୍ଦ୍ର ଆର୍ଯ୍ୟ କହିଛନ୍ତି: ଜେଏନ୍ୟୁରେ ଗତକାଲି ହୋଇଥିବା ହିଂସାକାଣ୍ଡ ବିଷୟରେ ଆମେ ଅବଗତ ଅଛୁ ଏବଂ ଏଫ୍ଆଇଆର୍ ରେଜିଷ୍ଟ୍ରି କରିଛୁ। ତଦନ୍ତରେ ସାମାଜିକ ଗଣମାଧ୍ୟମ ଏବଂ ସିସିଟିଭି ଫୁଟେଜ୍କୁ ମଧ୍ୟ ସାମିଲ କରାଯିବ।
ଭିଡିଓ ଏବଂ ଟେଲିଭିଜନ୍ ଦୃଶ୍ୟାବଳୀରେ ଦେଖାଯାଉଛି: ଜିନ୍ସ୍ ଏବଂ ସାର୍ଟ ପିନ୍ଧି ମୁହଁରେ କପଡ଼ା ବାନ୍ଧିଥିବା ଉତ୍ତ୍ୟକ୍ତ ଲୋକମାନେ ବିଶ୍ୱବିଦ୍ୟାଳୟର ହଷ୍ଟେଲ୍ ରୁମ୍, ସର୍ବସାଧାରଣ ସ୍ଥାନରେ ଭଙ୍ଗାରୁଜା କରିବା ସହ ଟେକାପଥର ଫିଙ୍ଗିଥିଲେ। ଏବଂ ବାଡ଼ିରେ ଛାତ୍ରଛାତ୍ରୀମାନଙ୍କୁ ପିଟାପିଟି ମଧ୍ୟ କରିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/01/as.jpg)